Site icon ଆଜିକାଲି

ଆଜି ମୁଣ୍ଡଳିରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ବନ୍ୟାଜଳ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ୱର : ଲଗାଣ ବର୍ଷା ଯୋଗୁଁ ମହାନଦୀର ମୁଣ୍ଡଳିରେ ବନ୍ୟାଜଳ ପ୍ରବାହ ନେଇ ସତର୍କତା ଜାରି କରିଛନ୍ତି ଏସଆରସି । ଆଜି ଦିନ ୧୨ଟା ସୁଦ୍ଧା ପ୍ରାୟ ୮ ଲକ୍ଷ କ୍ୟୁସେକ୍‌ ବନ୍ୟା ଜଳ ପ୍ରବାହିତ ହେବ ବୋଲି କୁହାଯାଇଛି। ଏ ଦୃଷ୍ଟିରୁ ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏଣେ ଗତକାଲିଠୁ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ । ରାଜଘାଟ ଓ ଆଖୁଆପଦାଠାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ତଳିଆ ଅଞ୍ଚଳ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଆସିବାକୁ ପରାମର୍ଶ ଦିଆଯାଇଛି । ବନ୍ୟା ସ୍ଥିତି ଯୋଗୁଁ ଭଣ୍ଡାରିପୋଖରୀରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

Exit mobile version