Site icon ଆଜିକାଲି

ପିଡ଼ିଆ ଜଙ୍ଗଲରେ ଗୁଳିବିନିମୟ, ୮ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଶୁକ୍ରବାର ଗୁଳିବିନିମୟ ଘଟିଛି। ଏଥିରେ ୮ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ର ପିଡ଼ିଆ ଜଙ୍ଗଲରେ ଏହି ଗୁଳିବିନିମୟ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଛତିଶଗଡ଼ର ଗଙ୍ଗଲୁର ଥାନା ଅନ୍ତର୍ଗତ ପିଡ଼ିଆ ଜଙ୍ଗଲରେ ୩୦ରୁ ଅଧିକ ମାଓବାଦୀ କ୍ୟାମ୍ପ କରି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହାକୁ ଆଧାର କରି ପୁଲିସ, କେନ୍ଦ୍ରୀୟ ସଂରକ୍ଷିତ ପୁଲିସ ବାହିନୀ (ସିଆରପିଏଫ) ଏବଂ କୋବ୍ରା ବାହିନୀ ପକ୍ଷରୁ ମିଳିତ ଭାବେ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ସମୟରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ପୁଲିସ ଗୁଳିରେ ୮ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

Exit mobile version