Site icon ଆଜିକାଲି

ପୁରୀରେ ୮ ଦେଶର ପ୍ରତିନିଧି ମଣ୍ଡଳୀ, ବିଭିନ୍ନ ସ୍ଥାନ ପରିଦର୍ଶନ

ଭୁବନେଶ୍ୱର : ପୁରୀରେ ୮ ଦେଶର ପ୍ରତିନିଧି ମଣ୍ଡଳୀ। ‘ଜେନ୍ – ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ’ ଅନ୍ତର୍ଗତ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ପୁରୀର କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀର ସ୍ବର୍ଣ୍ଣାଭ ବେଳାଭୂମି, ଜଗନ୍ନାଥ ମନ୍ଦିର ଆଦି ପରିଦର୍ଶନ କରିଛନ୍ତି । ଆଜାଦି କା ଅମୃତ ମହୋତ୍ସବର ଅଂଶବିଶେଷର ଏହି କାର୍ଯ୍ୟକ୍ରମକୁ ଇଣ୍ଡିଆନ କାଉନ୍ସିଲ ଫର କଲଚରାଲ ରିସର୍ଚ୍ଚ ଆୟୋଜନ କରୁଥିବା ବେଳେ ଦେଶର ବିଭିନ୍ନ ଐତିହ୍ୟ,ବିଧାନସଭା ଗୃହ ଇତ୍ୟାଦି ପରିଦର୍ଶନ କରିଛନ୍ତି ଏହି ପ୍ରତିନିଧି ମଣ୍ଡଳୀ।ପର୍ତ୍ତୃଗାଲ, କ୍ରୋଏସିଆ, ମଙ୍ଗୋଲିଆ, ଗାଏନା, ବ୍ରାଜିଲ ବେଲ୍ଜିୟମ, ବୁଲଗେରିଆ, ଦକ୍ଷିଣ ଆଫ୍ରିକା, ଦେଶର ସାଂସଦ ପ୍ରତିନିଧି ଗଣତନ୍ତ୍ର ଶାସନ ବ୍ୟବସ୍ଥା ଉପରେ ଅଧିକ ଉପଲବ୍ଧି ହାସଲ କରିଥିବା ବେଳେ ଏହି ଗସ୍ତରେ ବୈଦେଶିକ ପ୍ରତିନିଧି ମାନେ ଓଡ଼ିଶାର ବିଭିନ୍ନ ଐତିହ୍ୟ ବୁଲିଥିବା ବେଳେ ଅଭିଭୁତ ହୋଇଛନ୍ତି ।

FacebookTwitterLinkedinWhatsapp
Exit mobile version