Site icon ଆଜିକାଲି

ରାଜ୍ୟରେ ନିଯୁକ୍ତି ପାଇବେ ୮ହଜାର ନୂଆ କମ୍ପ୍ୟୁଟର ଶିକ୍ଷକ

ଭୁବନେଶ୍ୱର : ରାଜ୍ୟରେ ୮ ହଜାର ନୂଆ କମ୍ପ୍ୟୁଟର ଶିକ୍ଷକଙ୍କୁ ମିଳିବ ନିଯୁକ୍ତି । ପ୍ରାଥମିକ ପର୍ଯ୍ୟାୟରେ ରୂପାନ୍ତରିତ ହାଇସ୍କୁଲମାନଙ୍କରେ ଏହି କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ବିଭାଗୀୟ ସ୍ତରରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିବା ବେଳେ ସେମାନଙ୍କୁ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦିଆଯିବ । ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ଶିକ୍ଷା ରୂପାନ୍ତରଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି କୁହାଯାଉଛି ।

ଚଳିତ ଶିକ୍ଷାବର୍ଷରେ କମ୍ପ୍ୟୁଟର ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବ । ରୂପାନ୍ତରିତ ସ୍କୁଲମାନଙ୍କରେ ଡିଜିଟାଲ ପ୍ରକ୍ରିୟାରେ ପିଲାଙ୍କୁ ପାଠ ପଢ଼ାଯିବ । ଛାତ୍ରଛାତ୍ରୀଙ୍କର ଗୁଣାତ୍ମକ ଶୈକ୍ଷିକ ଭିତ୍ତିଭୂମିର ବିକାଶ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ପିଲାମାନେ କଳାପଟା ବଦଳରେ ପ୍ରୋଜେକ୍ଟର ଓ ଇ-କଣ୍ଟେଣ୍ଟ ଦ୍ୱାରା ଶିକ୍ଷା ଗ୍ରହଣ କରୁଛନ୍ତି । ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସ ରୁମରେ ପଢ଼ିବା ସହିତ ରୋଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଅତ୍ୟାଧୁନିକ ଜ୍ଞାନ ଆହରଣ ନେଇ ବ୍ୟବସ୍ଥା କରାଯାଇଛି ।

ସ୍ମାର୍ଟ କ୍ଲାସରୁମ୍, ଡିଜିଟାଲ ଲାଇବ୍ରେରୀ ଆଦି ପରିଚାଳନା କରିବା ପାଇଁ କମ୍ପ୍ୟୁଟର ଜ୍ଞାନ ନିହାତି ଜରୁରୀ । ତେଣୁ କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦେବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଶିକ୍ଷକମାନେ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତି ପାଇବେ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା କମ୍ପ୍ୟୁଟର କ୍ଷେତ୍ରରେ ଶିକ୍ଷା ଗ୍ରହଣ କରିଥିବା ଅନେକ ଆଶାୟୀଙ୍କୁ ନିଯୁକ୍ତି ମିଳିପାରିବ । ଏହାଦ୍ୱାରା ଅନେକାଂଶରେ ବେକାରୀ ସମସ୍ୟା ଦୂରୀକରଣ ହୋଇପାରିବ ।

Exit mobile version