Site icon ଆଜିକାଲି

ଦାଦନ ଶ୍ରମିକ ଚାଲାଣ ସନ୍ଦେହରେ ଚଢ଼ାଉ, ଲଜରୁ ୮୦ ଲକ୍ଷ ଜବତ, ୭ ଅଟକ

କଣ୍ଟାବାଞ୍ଜି : ଦାଦନ ଶ୍ରମିକ ଚାଲାଣ ସନ୍ଦେହରେ କଣ୍ଟାବାଞ୍ଜି ସହରର ବିଭିନ୍ନ ଲଜରେ ଚଢ଼ାଉ କରିଛି ପୋଲିସ । ଏକ ଲଜରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି । ଘଟଣାରେ ରାଜ୍ୟ ବାହାରର ୭ ଜଣଙ୍କୁ ଅଟକ ରଖାଯାଇଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହରର ପର୍ଶୁରାମ ଛକ ନିକଟରେ ଥିବା ଅନ୍ନପୂର୍ଣ୍ଣା ଲଜରେ କିଛି ବାହାର ରାଜ୍ୟର ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ଥିବା ନେଇ ଖବର ପାଇଥିଲା ପୋଲିସ । ଗତକାଲି ବିଲମ୍ୱିତ ରାତିରେ ପୋଲିସ ଟିମ୍‌ ଅତର୍କିତ ଭାବେ ଉକ୍ତ ଲଜ ଉପରେ ଚଢ଼ାଉ କରିଥିଲା ।ଚଢ଼ାଉ ସମୟରେ ଠିକ୍‌ ଭାବେ ଉତ୍ତର ଦେଇ ନ ପାରିବାରୁ ୭ ଜଣ ଅଣଓଡ଼ିଆ ଲୋକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି ପୋଲିସ । ସେମାନଙ୍କ ଠାରୁ ୮୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଅଟକ ୭ ଜଣ ଦାଦନ ସର୍ଦ୍ଦାର ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏ ନେଇ ପୋଲିସ କିଛି ସ୍ପଷ୍ଟ କରିନି ।

Exit mobile version