Site icon ଆଜିକାଲି

କଡ଼ା ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ପ୍ରକଳ୍ପ ଉଦଘାଟନ ପାଇଁ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ପୁରୀ : ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ ରାଜ୍ୟ ତଥା ବାହାର ରାଜ୍ୟରୁ ଅତିଥିମାନେ ଆସିଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ସାମିଲ ହେବ । ବହୁ ଭିଭିଆଇପି ଓ ମାନ୍ୟଗଣ୍ୟ ବ୍ୟକ୍ତି ବି ଯୋଗ ଦେବେ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି କରାଯାଇଛି ।

ବ୍ଲାଙ୍କେଡ୍ ସିକ୍ୟୁରିଟିରେ ଅଛନ୍ତି ପୁରା ପୁରୀ ସହର । ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏଥିସହ ୩ଟି କେ୯ ଟିମ୍ ଓ ୪ ଟି ବୋମା ନିଷ୍କ୍ରିୟକାରୀ ଦଳ ବି ମୁତୟନ ଅଛନ୍ତି । ଟ୍ରାଫିକ ସୁପରିଚାଳନା,ଭକ୍ତଙ୍କ ସୁରକ୍ଷା, ଭିଭିଆଇପିଙ୍କ ସୁରକ୍ଷା ,ଭକ୍ତଙ୍କ ଦର୍ଶନ ପାଇଁ ଆନୁଷଙ୍ଗିକ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ବ୍ୟବସ୍ଥାରେ ୧୦୦ ଜଣ ସୁପରଭାଇଜିଂ ଅଧିକାରୀ, ୨୫୦ ସବ ଇନ୍ସପେକ୍ଟର ଓ ଏଏସ୍ଆଇ ରହିଛନ୍ତି ।

Exit mobile version