Site icon ଆଜିକାଲି

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୩୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ଗତ କିଛିଦିନ ଧରି ଲଗାତାର ବୃଦ୍ଧି ପାଉଥିବାବେଳେ ଆଜି ସେଥିରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୮୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩୪୮ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହି ସଂକ୍ରମିତଙ୍କ ମଧ୍ୟରେ ୧୬୯ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସର ଶିଶୁ ଓ କିଶୋର । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହି ତଥ୍ୟ ପ୍ରଦାନ କରିଛି ।

ନୂତନ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨ ଜଣ ଥିବା ବେଳେ ବାଲେଶ୍ଵରରୁ ୯, ବରଗଡ଼ରୁ ୩୦, ଭଦ୍ରକରୁ ୪, ବଲାଙ୍ଗୀରରୁ ୩୨, ବୌଦ୍ଧରୁ ୧୦, କଟକରୁ ୨୦, ଦେବଗଡ଼ରୁ ୬, ଢେଙ୍କାନାଳରୁ ୨,ଗଜପତିରୁ ୬, ଗଞ୍ଜାମରୁ ୨, ଜଗତସିଂହପୁରରୁ ୪, ଯାଜପୁରରୁ ୧୪, ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୧୬ କେନ୍ଦ୍ରାପଡାରୁ ୭, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୧୧୭, କୋରାପୁଟରୁ ୧୭, ମୟୂରଭଞ୍ଜରୁ ୫୫, ନବରଙ୍ଗପୁରରୁ ୩୩, ନୟାଗଡ଼ରୁ ୧୯, ନୂଆପଡ଼ାରୁ ୨୧, ପୁରୀରୁ ୭, ରାୟଗଡରୁ ୯, ସମ୍ବଲପୁରରୁ ୬୨, ସୋନପୁରରୁ ୧୪, ସୁନ୍ଦରଗଡ଼ରୁ ସର୍ବାଧିକ ୨୪୨ ଓ ରାଜ୍ୟ ପୁଲରୁ ୨୭ଟି ମାମଲା ଆସିଛି ।

ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩,୧୭,୩୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୬,୧୮୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩,୦୧୯,୩୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୭୪୪୬୪୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Exit mobile version