Site icon ଆଜିକାଲି

ନାବାଳକ ଚାଳକ ଧରପଗଡ ଅଭିଯାନର ପ୍ରଥମ ଦିନରେ ଧରାପଡିଲେ ୮୪, ଗଞ୍ଜାମରୁ ସର୍ବାଧିକ

କଟକ : ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ରାଜ୍ୟ ପରିବହନ ବିଭାଗର ନାବାଳକ ଚାଳକ ଧରପଗଡ଼ ଅଭିଯାନର ପ୍ରଥମ ଦିନରେ ୮୪ଜଣ ନାବାଳକ ଗାଡି ଚାଳନା କରି ଧରାପଡିଛନ୍ତି। ସେମାନଙ୍କ ଅଭିଭାବକଙ୍କୁ ୨୫ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ଗଞ୍ଜାମ ଜିଲାରୁ ସର୍ବାଧିକ ୧୨ଜଣ ନାବାଳକ ଧରାପଡ଼ିଛନ୍ତି । ରାଜ୍ୟ ପରିବହନ ପ୍ରାଧିକରଣ -ଏସ୍‌ଟିଏ ଟିମ୍ ପୋଲିସ ସହାୟତାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ କରିଥିଲେ। ଶତାଧିକ ଚାଳକ ମୋଟରଯାନ ଆଇନକୁ ବେଖାତିର କରି ଗାଡି ଚଳାଉଥିବା ଦେଖିବାକୁ ମିଳିଥିଲା।

ନାବାଳକ ଚାଳକ ଧରପଗଡ ଅଭିଯାନର ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୨ଜଣ, ରାଉରକେଲାରୁ ୧୧, ବାଲେଶ୍ବରରୁ ୯,କଟକରୁ ୭, ବଡବିଲ, କଳାହାଣ୍ଡି, ଝାରସଗୁଡା, ଭୁବନେଶ୍ବର-୨ରେ ୫ଜଣ ଲେଖାଏଁ ଧରାପଡିଥିବା ବେଳେ ଢେଙ୍କାନାଳ, ରାୟଗଡା, ଯାଜପୁର, ସମ୍ବଲପୁରରେ ୩ଜଣ, ଭଞ୍ଜନଗର, କୋରାପୁଟ, ଚଣ୍ଡିଖୋଲରେ ୨ଜଣ ଲେଖାଏଁ ଓ ବରଗଡ଼, ଭୁବନେଶ୍ବର-୧, ନୂଆପଡା, ତାଲଚେର, ନବରଙ୍ଗପୁର, ସୁନ୍ଦରଗଡ ଜିଲ୍ଲାରେ ଜଣେ ଲେଖାଏଁ ନାବାଳକ ଗାଡି ଚଳାଇ ଧରାପଡ଼ିଛନ୍ତି। ଏହି ଅଭିଯାନ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ।

Exit mobile version