Site icon ଆଜିକାଲି

ଜାଲରେ ପଡ଼ିଲା ୯ଟି ତେଲିଆ ଶିଳା, ୧୫ ଲକ୍ଷ ଟଙ୍କାରେ ବିକ୍ରି

ବାଲେଶ୍ୱର : ଓଡ଼ିଶା ସୀମାନ୍ତବର୍ତ୍ତୀ ପଡ଼ୋଶୀ ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜିବୀଙ୍କ ଜାଲରେ ଧରା ପଡ଼ିଛି ଏହି ଦାମିକିଆ ତେଲିଆ ଶିଳା ମାଛ । ୯ଟି ମାଛର ଓଜନ ୧ କ୍ୱିଣ୍ଟାଲ ୯୯ କିଲୋଗ୍ରାମ ହୋଇଥିବା ବେଳେ କିଲୋପ୍ରତି ୭,୫୦୦ ଟଙ୍କା (ମୋଟ ୧୫ ଲକ୍ଷ)ରେ ବିକ୍ରି ହୋଇଛି ମାଛ ।

ପଶ୍ଚିମବଙ୍ଗ ନନ୍ଦିଗ୍ରାମ ଅଞ୍ଚଳର ଶେଖ ରୋହିମୁଲଙ୍କ ବାବା ସାହେବ ନାମକ ଟ୍ରଲର ଜାଲରେ ଧରା ପଡ଼ିଥିଲା ଏହି ତେଲିଆ ଶିଳା ମାଛ । ଦୀଘା ମୁହାଣରେ ବାବା ସାହେବ ମାଛ ଅଡ଼ତକୁ ନିଲାମ ପାଇଁ ୯ ଟି ତେଲିଆ ଶିଳା ମାଛ ଆସିଥିଲା। ଏହି ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା । ୯ ଟି ମାଛକୁ ୧୫ ଲକ୍ଷ ୧୫ ହଜାର ଦୁଇ ଶହ ଟଙ୍କା ମୂଲ୍ୟରେ କଲିକତାର ଏକ କମ୍ପାନୀ କିଣିଥିବା ସୂଚନା ମିଳିଛି ।

Exit mobile version