ନୂଆଦିଲ୍ଲୀ : ସିକ୍କିମରେ ଶୁକ୍ରବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ଝଟକା ଅନୁଭବ ହେବା ମାତ୍ରେ ଲୋକଙ୍କ ଘରେ ଜିନିଷ ପତ୍ର ଏଣେତେଣେ ଖସି ପଡିଥିଲା । ଏଥିରେ ଲୋକେ ଭୟଭୀତ ହେବା ସହ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ ।
ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସିକ୍କିମର ସୋରେଙ୍ଗ କ୍ଷେତ୍ରରେ ସକାଳ ୬ଟା ୫୭ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି । ଏହି ଭୂକମ୍ପରେ ଧନ ଜୀବନ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳି ନାହିଁ ।