କଟକ : କଟକର ଯୋବ୍ରା ଆନିକଟରେ ବୁଡ଼ି ଜଣେ ଯୁବକ ନିଖୋଜ ଥିବା ବେଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିମପୁର ସ୍ପୋର୍ଟ୍ସ କ୍ଳବର ୫୦ରୁ ଅଧିକ ଛାତ୍ର ସନ୍ତରଣ ପ୍ରଶିକ୍ଷଣ ପାଇଁ ମହାନଦୀକୁ ଆସିଥିବା ବେଳେ ସୋହେଲ ବୁଡ଼ି ଯାଇଥିଲେ। ଘଣ୍ଟାଏରୁ ଅଧିକ ସମୟ ଖୋଜାଖୋଜି ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।
ସୂଚନା ଯେ, ଯୁବକ ଜଣକ ନଦୀରେ ପହଁରା ଶିଖୁଥିବା ବେଳେ ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲେ । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପ୍ରାୟ ଏକ ଘଣ୍ଟା ଧରି ଖୋଜାଖୋଜି କରିଥିଲେ । ଖୋଜାଖୋଜି କରିବା ପରେ ବର୍ତ୍ତମାନ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ନିଖୋଜ ଯୁବକଙ୍କ ନାଁ ସୋହେଲ ଖାନ୍ ହୋଇଥିବା ବେଳେ ତାଙ୍କ ଘର ପୀର ବଜାରରେ ହୋଇଥିବା ସୂଚନା ମିଳିଛି ।