Site icon ଆଜିକାଲି

ବେଗୁନିଆରେ ପ୍ରତିଷ୍ଠା ହେବ ୧୦୦ ଶଯ୍ୟା ବିଶିଷ୍ଟ ଉପଖଣ୍ଡସ୍ତରୀୟ ହସ୍ପିଟାଲ

ଭୁବନେଶ୍ୱର : ଖୋର୍ଦ୍ଧା ଜିଲାର ବେଗୁନିଆରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଉପଖଣ୍ଡସ୍ତରୀୟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ବେଗୁନିଆରେ ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ହସ୍ପିଟାଲ ପାଇଁ ଖୁବ ଶୀଘ୍ର ଭିତ୍ତିଭୂମି ଓ ମାନବ ସମ୍ବଳ ବ୍ୟବସ୍ଥା କରାଯାଇ କାର୍ଯ୍ୟକ୍ଷମ କରାଯିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି। ବେଗୁନିଆରେ ଏକ ସବ୍ ଡିଷ୍ଟ୍ରିକ୍ଟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ବହୁଦିନ ଧରି ଦାବି ହୋଇ ଆସୁଥିଲା।

Exit mobile version