Site icon ଆଜିକାଲି

ରୋଷେଇ ଘରୁ ଉଦ୍ଧାର ହେଲା ୧୨ ଫୁଟିଆ ବିରଳ ଅହିରାଜ ସାପ

ଚୌଦ୍ବାର : ରୋଷେଇ ଘରେ ସାପ । ଚୌଦ୍ବାରରୁ ୧୨ ଫୁଟର ବିରଳ ଅହିରାଜ ସାପ ଉଦ୍ଧାର । କଟକ ବନଖଣ୍ଡ ବଇରି ରେଞ୍ଜ ମଙ୍ଗରାଜପୁର ବନାଞ୍ଚଳ ଗହଣ୍ଡା ଆଦିବାସୀ ବସ୍ତିରେ ଅହିରାଜକୁ ଉଦ୍ଧାର କରାଯାଇଛି । ଖାଦ୍ୟ ଅନ୍ବେଷଣରେ ସାପଟି ଗାଁ ମୁଖା ହୋଇଥିବା ବେଳେ ଭୟଭୀତ ହୋଇଥିଲେ ଗ୍ରାମବାସୀ । ମଙ୍ଗରାଜପୁର ବନବିଭାଗ କର୍ମଚାରୀ ପହଞ୍ଚି ଦୀର୍ଘ ଏକ ଘଣ୍ଟା ପରିଶ୍ରମ ପରେ ସାପଟିକୁ ଉଦ୍ଧାର କରିଥିଲେ । ଅହିରାଜକୁ ଉଦ୍ଧାର କରିବା ପରେ ସୁରକ୍ଷା ଦୃଷ୍ଟିରୁ ଡମଡମଣି ଜଙ୍ଗଲ ଓ କପିଳାଶ ଜଙ୍ଗଲ ମଧ୍ୟ ଭାଗରେ ଥିବା ଘଞ୍ଚ ଜଙ୍ଗଲରେ ସାପଟିକୁ ଛାଡି ଦିଆଯାଇଛି ।

Exit mobile version