Site icon ଆଜିକାଲି

କୋଶଳ ଯୁବ ସଂଘର୍ଷ ବାହିନୀ ପକ୍ଷରୁ ୧୨ ଘଣ୍ଟିଆ ଖପ୍ରାଖୋଲ ବନ୍ଦ ପାଳ

ବଲାଙ୍ଗୀର: କୋଶଳ ଯୁବ ସଂଘର୍ଷ ବାହିନୀ ପକ୍ଷରୁ ୧୨ ଘଣ୍ଟିଆ ଖପ୍ରାଖୋଲ ବନ୍ଦ ପାଳନ କରାଯାଉଛି। ହରିଶଙ୍କର-ନୃସିଂହନାଥ ପ୍ରସ୍ତାବିତ ରୋପୱେ ବାତିଲ ପ୍ରତିବାଦରେ ଏହି ବନ୍ଦ ପାଳିତ ହେଉଛି। ହରିଶଙ୍କରରୁ ନୃସିଂହନାଥ ରୋପୱେ ନିର୍ମାଣ ଲାଗି ଦାବି ହେଉଛି। ଏହାର ପ୍ରଭାବରେ ଖପ୍ରାଖୋଲର ଦୋକାନ ବଜାର, ସ୍କୁଲ, କଲେଜ ବନ୍ଦ ରହିଛି। ଏହାଛଡ଼ା ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଥିବାର ଖବର ମିଳିଛି

ସୂଚନା ଯେ, ରାଜ୍ୟ ସରକାର ହରିଶଙ୍କରରୁ ନୃସିଂହନାଥ ଯାଏ ରୋପୱେ କରିବାକୁ ଘୋଷଣା କରିଥିଲେ। ଏହାପରେ ଅଂଚଳବାସୀ ବେଶ୍ ଖୁସି ହୋଇଥିଲେ। କାରଣ ବୈଶାଖ ମେଳା ସମୟରେ ହଜାର ସଂଖ୍ୟାରେ ଲୋକମାନେ ପାହାଡ଼ରେ ଚଢ଼ି ହରିଶଙ୍କରରୁ ନୃସିଂହନାଥ ଯାଉଥିଲେ। ଯେଉଁମାନେ ଚାଲି ଯାଇପାରୁ ନଥିଲେ ସେମାନେ ଗାଡ଼ିରେ ୧୧୦କିମି ବୁଲି ଯିବାକୁ ପଡୁଥିଲା। ରୋପୱେ ହୋଇଥିଲେ କମ ଦୂରତା ସହ ଆରାମରେ ଚାଲି ଯାଇ ପାରୁନଥିବା ଲୋକ ଯିବାଆସିବା କରିଥାନ୍ତେ। ଏପରିକି ପର୍ଯ୍ୟଟନସ୍ଥଳୀକୁ ବି ଆହୁରି ପର୍ଯ୍ୟଟକ ଆକର୍ଷିତ ହୋଇ ଯାଇଥାନ୍ତେ। କିନ୍ତୁ, ହଠାତ୍ ନିଷ୍ପତ୍ତି ନେଇ ଘୋଷଣା କରାଯାଇଥିଲେ ବି ଏବେ ସେହି ପ୍ରକଳ୍ପ ଆଉ ଆଗକୁ ହେବ ନାହିଁ ବୋଲି ଜଣାପଡ଼ିଲାଣି। ଏଣୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିବା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଏଥିଲାଗି କେତେକ ସ୍ଥାନରେ ଆନ୍ଦୋଳନ ଚାଲିଛି।

Exit mobile version