Site icon ଆଜିକାଲି

ଦୁଇ ଗୋଷ୍ଠୀ ବିବାଦରୁ ଫୁଟିଲା ବୋମା, ଜଣେ ଗୁରୁତର

ଭୁବନେଶ୍ବର : ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ବର । ଏୟାରଫିଲ୍ଡ ଥାନା ଅଞ୍ଚଳର ପଞ୍ଚୁପଲ୍ଲୀ ଗ୍ରାମରେ ବୋମାମାଡ ହୋଇଥିବା ସୂଚନା । ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

ବୋମା ମାଡରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଶରୀରର ଆଧାରୁ ଅଧିକ ଅଂଶ ପୋଡିଯାଇଛି । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣକୁ କେନ୍ଦ୍ର କରି ବୋମା ମାଡ ହୋଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏନେଇ ପୋଲିସ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହିଁ ।

Exit mobile version