Site icon ଆଜିକାଲି

ଦେଶୀ ମଦ କାରଖାନା ଠାବ, ସାଲିଆସାହିରେ ବୁଲିଲା ବୁଲଡୋଜର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ସାଲିଆସାହିରେ ଶନିବାର ବୁଲିଲା ବୁଲଡୋଜର। ସାଲିଆସାହିରେ ୩ଟି ଦେଶୀ ମଦ କାରଖାନା ଠାବ ହେବା ପରେ ବୁଲିଲା ବୁଲଡୋଜର। ବୁଲଡୋଜର ଲଗାଇ ଚୋରା ମଦ ଭାଟି ପୁଲିସ ଭାଙ୍ଗିଛି । ଘଟଣାସ୍ଥଳରେ ଡିସିପି ପ୍ରତୀକ ସିଂହ ଉପସ୍ଥିତ ଥିବା ବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ସୂଚନା ଯେ, ରାଜଧାନୀ ଭୁବନେଶ୍ଵରରେ ଦେଶୀ ମଦ ତିଆରି ହୋଇ ବିକ୍ରି ହେଉଥିବାବେଳେ ଏହାକୁ ରୋକିବାକୁ ଅଣ୍ଟା ଭିଡିଡ଼ି ପୁଲିସ। ଶନିବାର ପୁଲିସ ପକ୍ଷରୁ ସାଲିଆସାହିରେ ଚଢ଼ାଉ କରାଯିବା ବେଳେ ଏକ ଦେଶୀ ମଦ କାରଖାନା ଠାବ ହୋଇ ଥିଲା। ସେଠାରୁ ସହିତ ବିପୁଳ ପରିମାଣରେ ଦେଶୀ ମଦ, ପୋଚ ଏବଂ ମଦ ତିଆରି ପାଇଁ ବ୍ୟବହାର କରାଯାଉଥିବା ସରଞ୍ଜାମଗୁଡ଼ିକୁ ଜବତ କରାଯାଇଥିଲା। ଚଢ଼ାଉ ସମୟରେ ବହୁ ସଂଖ୍ୟକ ଡ୍ରମରେ ଦେଶୀ ମଦ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏଠାରେ ରାଜଧାନୀର ବିଭିନ୍ନ ଅଞ୍ଚଳକୁ ଦେଶୀ ମଦ ଚାଲାଣ କରାଯାଉଥିବା ଏବେ ସାମ୍ନାକୁ ଆସିଛି।

Exit mobile version