Site icon ଆଜିକାଲି

ବସ୍ ଓ ପିକଅପ୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର, ୪ ଆହତ

ବୌଦ୍ଧ : ବୌଦ୍ଧ ଜିଲା ପୁରୁଣାକଟକ ଥାନା ହରଭଙ୍ଗା ତହସିଲ ଅଫିସ ସମ୍ମୁଖରେ ଏକ ବସ୍ ଓ ପିକଅପ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ୪ ଆହତ ହୋଇଛନ୍ତି । ତେବେ ଏକ ବମ ଧରଣର ଦୁର୍ଘଟଣାରୁ ୪୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆହତଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ବୌଦ୍ଧ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି ।

ସୂଚନା ଯେ, ବଡ଼ପଣ୍ଡା ନାମକ ଘରୋଇ ବସ୍ ଭୁବନେଶ୍ବରରୁ ବୌଦ୍ଧ ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ପିକଅପ୍ ସହ ଚାରିଛକ ସ୍ଥିତ ହରଭଙ୍ଗା ତହସିଲ ଅଫିସ ସମ୍ମୁଖରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପିକଅପରେ ଥିବା ହେଲପର ଗୁରୁତର ହୋଇଥିବା ବେଳେ ଡ୍ରାଇଭର ଓ ବସରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ଭର୍ତି କରିଛନ୍ତି ।

Exit mobile version