Site icon ଆଜିକାଲି

ଆଠଗଡ଼ରୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର

କଟକ : ଅସୁରକ୍ଷିତ ଗଜରାଜ । ଆଠଗଡ଼ ଵନଖଣ୍ଡରେ ଥମିବାର ନାଁ ଧରୁନି ହାତୀ ମୃତ୍ୟୁ ଘଟଣା। ଏହି ପରିପ୍ରେକ୍ଷୀରେ ସୋମବାର ଆଠଗଡ଼ରେ ପୁଣି ଗୋଟିଏ ୨୦ ବର୍ଷର ଦନ୍ତା ହାତୀର ମୃତ୍ୟୁ ଘଟିଛି। ଆଠଗଡ଼ ଵନଖଣ୍ଡ ରେଞ୍ଜ୍ ଵେତିଆ ଜଙ୍ଗଲ ନିକଟ ନୂଆବନ୍ଧ ନୂଆ ତଇଲା କାଜୁ ଜଙ୍ଗଲରେ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହାତୀ ଶୁଣ୍ଢରେ କ୍ଷତ ଚିହ୍ନ ଥିବାରୁ ହାତୀର ଶିକାର ହୋଇଥିବା ଅନୁମାନ କରାଯାଉଛି। ତେବେ ଏନେଇ ବନ ବିଭାଗ ମୁହଁ ଖୋଲୁନାହିଁ।

Exit mobile version