Site icon ଆଜିକାଲି

ଜଙ୍ଗଲରୁ ଆସି ବୁଲା କୁକୁର ମୁହଁରେ ପଡିଲା ହରିଣ, ଉଦ୍ଧାର ପରେ ଛାଡିଲା ବନବିଭାଗ

କେନ୍ଦୁଝର- ଗାଁ ମୁହାଁ ହରିଣକୁ ଉଦ୍ଧାର କରି ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଲା ବନ ବିଭାଗ । କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନରୁ ନଜର ଆସିଛି ଏହି ଘଟଣା । ସୂଚନା ଥାଉକି, ଆହାରପଡା ଜଙ୍ଗଲ ନିଆଁ ସାଙ୍ଗକୁ ତାପମାତ୍ରା ବଢିବାରେ ଲାଗିଛି । ଫଳରେ ଗାଁ ମୁହାଁ ହେଉଛନ୍ତି ବନ୍ୟପ୍ରାଣୀ । ଗାଁକୁ ସକାଳୁ ହରିଣ ଚାଲି ଆସିଥିବା ବେଳେ ହରିଣକୁ କୁକୁର ମାନେ ଆକ୍ରମଣ କରିଥିଲେ । ଆକ୍ରମଣରେ ହରିଣ ଆହତ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ସାହାରପଡା ବନପାଳ ପହଁଚି ହରିଣକୁ ଉଦ୍ଧାର କରିବା ପରେ ବଡ଼ବିଲ ପଶୁ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ । ଏହାପରେ ଅଟେଇ ସଂରକ୍ଷିତ ଜଙ୍ଗଲ ଛାଡିଥିବା ସାହାରପଡା ବନପାଳ ଭୂପତି ସେଠୀ ସୂଚନା ଦେଇଛନ୍ତି।

Exit mobile version