Site icon ଆଜିକାଲି

ସାକାର ହେବ ସ୍ବପ୍ନ- ଚଳିତ ମାସରୁ ଗଙ୍ଗାଧର ସେଚ ପ୍ରକଳ୍ପର ଟେଷ୍ଟ ରନ୍

ବରଗଡ଼ : ଚାଷୀଙ୍କ ଆଖିରେ ଏବେ ଆଖିଏ ସ୍ବପ୍ନ। ପଶ୍ଚିମ ଓଡିଶାର ଭାତହାଣ୍ଡି ଭାବେ ପରିଚିତ ହୀରାକୁଦ ସେଚାଞ୍ଚଳର କଳେବର ବନ୍ଧ ନିର୍ମାଣ ୬ଦଶନ୍ଧି ପରେ ପୁଣି ବିରାଟ ଆକାର ଧରିବାକୁ ଯାଉଛି। ଦଶନ୍ଧ ଦଶନ୍ଧି ଧରି ସୁଖିଲା ପଡିଥିବା ଟାଙ୍ଗରା ଭୂଇଁ ଏବେ ଶସ୍ୟଶ୍ୟାମଳା ହେବାକୁ ଯାଉଛି। ବରଗଡ ଜିଲ୍ଲାର ବହୁ ପ୍ରତୀକ୍ଷିତ ଗଙ୍ଗାଧର ସେଚ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ମାତ୍ର ୫ ବର୍ଷ ଭିତରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହାର ନିର୍ମାଣ କାମ ଶେଷ ପର୍ଯ୍ଯାୟରେ ପହଞ୍ଚିଥିବା ବେଳେ ଆସନ୍ତା ମାସ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଆଉ ଚଳିତ ମାସରୁ ଏହାର ପରୀକ୍ଷଣ ଆରମ୍ଭ ହେବାକୁ ଯାଥିବାରୁ ଚାଷୀ ମହଲରେ ଖୁସିର ଲହରୀ ଖେଳିଯାଇଛି। ସେପଟେ, ଏହି ପ୍ରକଳ୍ପକୁ ନେଇ ବିରୋଧୀ ଦଳ ବାରମ୍ବାର ସମାଲୋଚନା କରି ଆସିଥିବା ବେଳେ ବର୍ତ୍ତମାନ ଏହା ସାକାର ରୂପ ନେଉଥିବାରୁ ମୁହଁ ବନ୍ଦ ହୋଇଯାଇଥିବା ଚର୍ଚ୍ଚ। ଆରମ୍ଭ ହୋଇଛି।

ହୀରାକୁଦ ଜଳଭଣ୍ଡାରରୁ ବାହାରିଥିବା ବରଗଡ ମୁଖ୍ୟ କେନାଲ ଦ୍ବାରା ବନ୍ଧ ନିର୍ମାଣ ହେବା ପରଠାରୁ କେବଳ ବରପାଲି ଏବଂ ବରଗଡ ବ୍ଲକର କିଛି ଆଂଶିକ ଅଞ୍ଚଳ ଜଳସେଚିତ ହୋଇଥିଲା। ହେଲେ ବରପାଲିର ଅନ୍ୟ ସମସ୍ତ ଅଞ୍ଚଳ ସମେତ ବିଜେପୁର, ସୋହେଲା ଏବଂ ବରଗଡ ବ୍ଲକର ସମସ୍ତ ଜମି ପ୍ରତିବର୍ଷ ଉତ୍କଟ ମରୁଡିର ଶିକାର ହୋଇଆସିଛି। ଚିର ମରୁଡିଗ୍ରସ୍ତ ଏହି ଅଞ୍ଚଳକୁ ଜଳସେଚିତ କରିବାକୁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ତେବେ, ଗତ ୨୦୧୮ ମସିହାରେ ବିଜେପୁର ଉପନିର୍ବାଚନ ବେଳେ ଏହି ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଚାଷୀଙ୍କ ମଧ୍ୟରେ ନୂତନ ଆଶାର ସଞ୍ଚାର ହୋଇଥିଲା। ୧୬୭୭ କୋଟି ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ସେଚ ପ୍ରକଳ୍ପ ଘୋଷଣା କରି ବିଜେପୁର, ବରପାଲି, ବରଗଡ ଏବଂ ସୋହେଲା ବ୍ଲକର ୨୫ହଜାର ୬ ଶହ ହେକ୍ଟର ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ କରାଯାଇଥିଲା।

ତେବେ, ଏହି ବୃହତ ପ୍ରକଳ୍ପ ପାଇଁ ଗ୍ଲୋବାଲ ଟେଣ୍ଡର ଭଳି ଜଟିଳ ପ୍ରକ୍ରିୟା ଥିବାରୁ କାମ ଆରମ୍ଭରେ ବିଳମ୍ବ ହୋଇଥିଲା। ଫଳରେ ବିରୋଧୀ ଏହାକୁ ସମାଲୋଚନାର ମାଧ୍ୟମ ଭାବେ ବ୍ୟବହାର କରିବାକୁ ପଛାଇନଥିଲେ। କିନ୍ତୁ, ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ପୁରା ପ୍ରଶାସନକୁ ଲଗାଇ ଦେଇଥିଲେ। ଆଉ ଶେଷରେ ୨୦୧୯ରୁ ଏହାର କାମ ବି ଆରମ୍ଭ ହୋଇଥିଲା। କରୋନା ମହାମାରୀ ପାଇଁ ଦୀର୍ଘ ୨ବର୍ଷ ଧରି ଏହାର ନିର୍ମାଣ ବାଧାପ୍ରାପ୍ତ ହୋଇଥିଲେ ହେଁ ସୀମିତ ସମୟ ମଧ୍ୟରେ ଏହାର ନିର୍ମ।ଣ ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ଅତ୍ୟାଧୁନିକ ପଦ୍ଧତିରେ ଏହାର ନିର୍ମ।ଣ କାମ କରାଯାଇଛି। ଜମି ତଳେ ପାଇପ ବିଛାଯାଇଥିବା ବେଳେ ଉପରେ ଥିବା ଜମି ଜଳସେଚିତ ହେବାକୁ ଯାଉଛି।

ତେବେ, ଏହି ବୃହତ ପ୍ରକଳ୍ପ ଆସନ୍ତା ମାସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବାକୁ ଯାଉଥିବା ନେଇ ସପ୍ତାହେ ତଳେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଘୋଷଣା ପରେ ଚାଷୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଖେଳିଯାଇଛି। ଏପରିକି ଚଳିତ ମାସରୁ ଏହାର ପରୀକ୍ଷଣ ଆରମ୍ଭ ହେଉଥିବା ନେଇ ଶ୍ରୀ ପାଣ୍ଡିଆନଙ୍କ ଘୋଷଣା ପରେ ବିରୋଧୀଙ୍କ ମୁହଁ ବି ବନ୍ଦ ହୋଇଯାଇଥିବା ଚର୍ଚ୍ଚା ଆରମ୍ଭ ହେଲାଣି। ଜୀରା ଓ ଗିରିଶୂଳ ନଦୀ ଉପରେ ଯାଉଥିବା ପାଇପ ଲାଇନର ନିର୍ମାଣ କାର୍ଯ୍ୟ ଜାରୀ ରହିଥିବାରୁ ତାକୁ ଶ୍ରୀ ପାଣ୍ଡିଆନ ପରିଦର୍ଶନ କରି ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେଠୁ ତୁରୁଙ୍ଗା ଯାଇ ଗଙ୍ଗାଧର ମେହେର ପ୍ରକଳ୍ପର ନିର୍ମାଣାଧୀନ ପମ୍ପହାଉସ ପରିଦର୍ଶନ କରିଥିଲେ। ତେବେ ଏହାର ଅନ୍ୟାନ୍ୟ ଦିଗମାନଙ୍କ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟଟି ଶେଷ ପର୍ଯ୍ୟାୟକୁ ଆସିଯାଇଥିବାରୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ବର୍ତ୍ତମାନ ଏହାର ପରୀକ୍ଷଣ ଆରମ୍ଭ ହେବାକୁ ଯାଉଥିବାରୁ ସମଗ୍ର ଅଞ୍ଚଳର ଚାଷୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ଏହାର ଉଦଘାଟନ ସାରା ଦେଶ ଦେଖିବା ଭଳିଆ ହେବା ଉଚିତ ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି।

Exit mobile version