Site icon ଆଜିକାଲି

ଚଳନ୍ତା କଣ୍ଟେନରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲା ଡ୍ରାଇଭରଙ୍କ ଜୀବନ

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷିରେ ଜଳିଗଲା ଚଳନ୍ତା କଣ୍ଟେନର । ବାଙ୍ଗିରିପୋଷିରୁ ବିଶୋଇ ଆଡ଼କୁ ଯାଉଥିବା ବେଳେ ୪୯ନମ୍ବର ଜାତୀୟ ରାଜପଥ ଦ୍ୱାରଶୁଣି ଘାଟିରେ ହଠାତ କଣ୍ଟେନରରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଦେଖି ଗାଡ଼ିକୁ ଅଟକାଇ ନିଜ ଜୀବନ ବଞ୍ଚାଇବା ପାଇଁ ଡ୍ରାଇଭର ଡେଇଁ ପଳାଇଥିଲେ । ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବା କାରଣ ଅସ୍ପଷ୍ଟ।

Exit mobile version