Site icon ଆଜିକାଲି

ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ଗାଡି

କେନ୍ଦୁଝର : କେନ୍ଦୁଝର ଜିଲା ବଡବିଲ ଥାନା ଚଳନ୍ତା ଗାଡିରେ ଲାଗିଲା ନିଆଁ ହୁ ହୁ ହୋଇ ଜଳିଗଲା ଗାଡି। ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନା ଅନୁଯାୟୀ ରୁଗୁଢ଼ି ପଟୁ ଏକ ହାଇୱା ଗାଡି ଭଦ୍ରାସାହି ଅଭିମୁଖେ ଯାଉଥିଲା । ଏହି ସମୟରେ ଟଂଟୋ ଗ୍ରାମ ନିକଟସ୍ଥ ବିଆରପିଏଲ କମ୍ପାନୀ ସମ୍ମୁଖରେ ଗାଡ଼ିଟିରେ କୌଣସି କାରଣରୁ ଧୂଆଁ ବାହାରିବାରୁ ଚାଳକ ଜଣକ ଗାଡିଟିକୁ ରାସ୍ତା କଡକୁ ରଖି ଓହ୍ଲାଇ ପଡିଥିଲେ । ଦେଖୁ ଦେଖୁ ଗାଡିଟି ହୁ ହୁ ହୋଇ ଜଳିବାକୁ ଲାଗିଥିଲା । ରାସ୍ତାରେ ନିୟୋଜିତ ସୁରକ୍ଷା କର୍ମୀ ଅଗ୍ନିଶମ ବିଭାଗ ଓ ବଡବିଲ ପୋଲିସ୍‌ କୁ ଖବର ଦେଇଥିଲେ । ଖବର ପାଇ ବଡବିଲ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ସେତେବେଳକୁ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଜଳିଯାଇଥିଲା। ସର୍ଟ ସର୍କିଟ ଯୋଗୁ ଗାଡିରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ବଡବିଲ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Exit mobile version