Site icon ଆଜିକାଲି

ଘରୋଇ ନର୍ସିଂହୋମ୍‌ରେ ଲାଗିଲା ନିଆଁ : ୧୦ରୁ ଅଧିକ ରୋଗୀ ଗୁରୁତର

କଟକ : କଟକରେ ଏକ ଘରୋଇ ନର୍ସିଂହୋମ୍‌ର ନର୍ସିଂହୋମ୍‌ର ତୃତୀୟ ମହଲାରେ ନିଆଁ ଲାଗିଛି। ପୁରୀଘାଟ ଥାନା ଅଞ୍ଚଳରେ ରହିଛି ତ୍ରିସା ନର୍ସିଂହୋମ୍‌। ଏହି ନର୍ସିଂହୋମ୍‌ର ତୃତୀୟ ମହଲାରେ ରହିଛି ଆଇସିୟୁ। ଏଥିରେ ୧୦ରୁ ଅଧିକ ଗୁରୁତର ରୋଗୀ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଏହାଛଡ଼ା ସାଧାରଣ ବେଡ୍‌ରେ ମଧ୍ୟ ବହୁ ରୋଗୀ ଚିକିତ୍ସିତ ହେଉଥିଲେ। ଅଗ୍ନିଶମ କର୍ମଚାରୀମାନଙ୍କ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଛି। ବିଦ୍ୟୁତ୍‌ ଶର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ଆଜି ଅପରାହ୍ନରେ ହଠାତ୍‌ ଆଇସିୟୁରେ ବିଦ୍ୟୁତ୍‌ ଶର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ତୃତୀୟ ମହଲାରେ ନିଆଁ ବ୍ୟାପି ଯାଇଥିଲା। ଧୂଆଁମୟ ହୋଇଯାଇଥିଲା ପୂରା ଫ୍ଲୋର। ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀମାନେ ଅଣ ନିଃଶ୍ୱାସୀ ହୋଇପଡ଼ିଥିଲେ। ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ କର୍ମଚାରୀ। ଫାୟାର ଲିଫ୍ଟ ମାଧ୍ୟମରେ ଆଇସିୟୁରେ ଭର୍ତ୍ତି ହୋଇଥିବା ଗୁରୁତର ରୋଗୀଙ୍କୁ ଉଦ୍ଧାର କରାଯାଉଛି। ପ୍ରବଳ ଧୂଆଁ ଯୋଗୁ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ଘଟୁଛି। ତଥାପି ଅଗ୍ନିଶକ କର୍ମଚାରୀମାନେ ରୋଗୀଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି।ଉଦ୍ଧାର ହୋଇଥିବା ରୋଗୀଙ୍କୁ ଅନ୍ୟ ଘରୋଇ ମେଡ଼ିକାଲ୍‌ ଓ ଏସ୍‌ସିବିରେ ଭର୍ତ୍ତି କରାଯାଇଛି।ତେବେ ପର୍ଯ୍ୟପ୍ତ ପରିମାଣର ଆମ୍ୱୁଲାନ୍ସ ନଥିବାରୁ ରୋଗୀଙ୍କୁ ରାସ୍ତାରେ ଶୋଆଯାଇଥିବା ଦେଖିବାକୁ ମିଳିଛି। ସେପଟେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲିଛି।

ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ପାଖାପାଖି ଆଇସିୟୁରେ ଥିବା ସମସ୍ତ ରୋଗୀଙ୍କୁ ଉଦ୍ଧାର କରାଯାଇ ସାରିଛି ଓ ଆମ୍ବୁଲାନ୍ସ ସହାୟତାରେ ଏସସିବି ସମେତ ଅନ୍ୟ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ଇତି ମଧ୍ୟରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏହି କାର୍ଯ୍ୟରେ ତୁରନ୍ତ ଉଦ୍ଧାର ପାଇଁ କଟକ ଜିଲ୍ଲାପାଳ, ଏସସିବି ଅଧିକ୍ଷକ ଓ ଏସିପିଙ୍କ ସହ ଯୋଗାଯୋଗରେ ରହିଛନ୍ତି। ତେବେ ଅଳ୍ପ କେତେଜଣ ଶିଶୁଙ୍କୁ ଶିଶୁ ଭବନ ପଠାଯାଇଥିବା ବେଳେ ଅନ୍ୟ ଶିଶୁମାନଙ୍କୁ ଅନ୍ୟତ୍ର ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି।

Exit mobile version