Site icon ଆଜିକାଲି

ଡେଲି ମାର୍କେଟରେ ଅଗ୍ନିକାଣ୍ତ,ଜଲିଗଲା ବ୍ୟବସାୟୀ ଙ୍କ ଦୋକାନ

କେନ୍ଦୁଝର ସହର ଡେଲି ମାର୍କେଟ ରେ ଆଜି ସକାଳୁ ଅଗ୍ନିକାଣ୍ତ ସୃଷ୍ଟି ହୋଇଛି।ସର୍ଟ ସର୍କିଟ ରୁ ଅଗ୍ନିସଂଯୋଗ ହୋଇଥିବା ସନ୍ଦେହ କରାଯାଉଛି।ନିଆଁ ଲାଗି ବଜାର ଭିତରେ ଥିବା ୩୦ରୁ ଅଧିକ ଖୁଚୁରା ଦୋକାନ ଜଳିଯାଇଥିଵାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି।ଏତେ ମାତ୍ରା ରେ ନିଆଁ ପ୍ରଭାବିତ ହୋଇଥିଲାଯେ ଦୁଇଟି ଅଗ୍ନିଶମ ବାହିନୀ ଗାଡି ଆୟୋତ୍ତ ରୋକିବାକୁ ପ୍ରଚେଷ୍ଟା ଜାରି ରହିଥିଵାବେଳେ ସାଧାରଣଲୋକେ ବାଲଟି ଗୋରା ରେ ପାଣି ସଂଗ୍ରହ କରି ନିଆଁକୁ ଆୟୋତ୍ତ କରିବାକୁ ଚେଷ୍ଟା କରିଥିଲେ।ଅଗ୍ନିଶମ ବିଭାଗର ର ପାଣିରେ ନିଆଁ ନଲିଭିବା ଫଳରେ ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ପାଣିଟାଙ୍କି ମାଧ୍ୟୟ ନିଆଁକୁ ଆୟୋତ୍ତ କରିବାକୁ ଚେଷ୍ଟା କରିଥିଲା।ଖବର ପାଇ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହିତ ଅତ୍ୟାଧିକ ସାଧାରଣ ଦେଖଣାହାରୀ ଙ୍କ ଭିଡ ଜମିଥିବାରୁ ବ୍ୟାଘାତ ସୃଷ୍ଟି ହେଉଥିଲା।କେନ୍ଦୁଝର ପୋଲିସ ବିଭାଗର ଏସଡିପିଓ ଙ୍କ ଉପସ୍ଥିତିରେ ପୋଲିସ ତଥା ସମସ୍ତ ସହଯୋଗରେ ନିଆଁକୁ ଆୟୋତ୍ତ କରିବା ପାଇଁ ଜରଦାର ପ୍ରୟାସ ଜାରି ରହିଛି।ତେବେ ଦିର୍ଘ ୪ଘଣ୍ଟା ପର୍ଯ୍ୟନ୍ତ ବିତିଯାଇଥିଲେ ମଧ୍ୟ ସଂପୂର୍ଣ୍ଣ ନିଆଁ ଲିଭିନଥିବା ଦେଖିଵାକୁ ମିଳିଛି।ନିଆଁ ଲିଭାଇବା କାର୍ଯ୍ୟ ସରିବା ପରେ ନିଆଁ କିପରି ଲାଗିଲା ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ।

Daily Market, Kendujhar
Exit mobile version