Site icon ଆଜିକାଲି

କବାଡିଆ ଗୋଦାମରେ ଅଗ୍ନିକାଣ୍ଡ, ଅନେକ ସାମଗ୍ରୀ ପୋଡି ପାଉଁଶ

ବାଙ୍କୀ : କବାଡିଆ ଗୋଦାମରେ ଅଗ୍ନିକାଣ୍ଡ । ହୁତୁ ହୁତୁ ଜଳୁଛି ନିଆଁ । ଯାହାଫଳରେ ଅନେକ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ନିଆଁକୁ ଆୟତ୍ତ ଲାଗି ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।

ଖବର ଅନୁଯାୟୀ, ବାଙ୍କୀ ଏନ୍‌ଏସି ଅନ୍ତର୍ଗତ ୧୦ ନମ୍ବର ଓ୍ୱାର୍ଡରେ ଭୋର ସମୟରେ ଏକ କବାଡିଆ ଗୋଦାମରୁ ଧୁଆଁ ବାହାରୁଥିବାର କିଛି ଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ମାଲିକଙ୍କୁ ଜଣାଇଥିଲେ । ଅଗ୍ନିକାଣ୍ଡ ଖବର ଶୁଣି ମାଲିକଙ୍କ ପରିବାର ଲୋକେ ଜୀବନ ବିକଳରେ ଘର ଭିତରୁ ବାହାରକୁ ବାହାରି ଆସିଥିଲେ । ନିଆଁ ହୁତୁ ହୁତୁ ହୋଇ ଜଳୁଥିବାର ଦେଖିବାକୁ ମିଳିଛି । ଏପିରିକି ବାଣ ଫୁଟିବା ଭଳି ଶବ୍ଧ ମଧ୍ୟ ହୋଇଛି ।

ସେପଟେ ଅଗ୍ନିକାଣ୍ଡ ସଂପର୍କରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି । ତେବେ ଏବେ ଯାଏଁ ଗୋଦାମ ଘରେ କିପରି ନିଆଁ ଲାଗିଲା । ସେନେଇ କିଛି ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ । କେହି ଜାଣିଶୁଣି ନିଆଁ ଲଗାଇଥିବା ଅନୁମାନ କରୁଛନ୍ତି ପରିବାର ଲୋକେ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

Exit mobile version