Site icon ଆଜିକାଲି

ସମ୍ବଲପୁରରେ ହକି ବିଶ୍ବକପ ଟ୍ରଫିକୁ ଭବ୍ୟ ସ୍ୱାଗତ

ସମ୍ବଲପୁର :ପୁରୁଷ ହକି ବିଶ୍ବ କପ୍ ଆରମ୍ଭ ହେବା ପୂର୍ବରୁ ଟ୍ରଫି ରାଜ୍ୟ ସାରା ପରିକ୍ରମା କରୁଛି। ଯେଉଁଠି ଟ୍ରଫି ପହଞ୍ଚୁଛି ସେଠି ମିଳୁଛି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା। ଏହି ପରିପ୍ରେକ୍ଷୀରେ ହକି ବିଶ୍ବକପ ଗତ ମଙ୍ଗଳବାର ରାତିରେ ସମ୍ବଲପୁର ପହଞ୍ଚିଥିବା ବେଳେ ଏହାକୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଅବସରରେ ବୁଧବାର ସକାଳୁ ଜିଲା ପ୍ରଶାସନ ପକ୍ଷରୁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଛି।

ଗତ ମଙ୍ଗଳବାର ରାତିରେ ହକି ବିଶ୍ବକପ ବରଗଡରୁ ପ୍ରଥମେ ବୁର୍ଲା ଭିସୁଟକୁ ପହଞ୍ଚିଥିଲା। ସେଠାରେ ଭିସୁଟ ଛାତ୍ରଛାତ୍ରୀ ଅଧ୍ୟାପକ କର୍ମଚାରୀଙ୍କ ସମେତ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେହିପରି ଆଜି ସକାଳୁ ସମଲେଶ୍ବରୀଙ୍କ ମନ୍ଦିର ସମ୍ମୁଖରୁ ମିନି ମାରାଥନ ବାହାରି କମିଶନର କଲୋନି ପଡିଆରେ ପହଞ୍ଚିଥିଲା। ସେଠାରେ ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍ଏମସି କମିଶନର ପ୍ରଦୀପ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱାଗତ କରିଥିଲେ। ଏହାପରେ ବିଭିନ୍ନ କ୍ଲବ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ ଅନୁଷ୍ଠିତ ହୋଇଛି।

Exit mobile version