Site icon ଆଜିକାଲି

ଚମ୍ପୁଆକୁ ପଶିଲେ ୨୨ଟିକିଆ ହାତୀପଲ, ଭୟରେ ସ୍ଥାନୀୟ ବାସିନ୍ଦା

ପାଟଣା : କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ୨୨ ଟିକିଆ ହାତୀପଲ । ଚାଷ ଜମିରେ ହାତୀପଲଙ୍କ ଉପଦ୍ରବ ଜାରି । ଫଳରେ ଚିନ୍ତାରେ ସ୍ଥାନୀୟ ବାସିନ୍ଦା ।

ସୂଚନା ଯେ, ୨୨ ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜକୁ ଧସେଇ ପଶିଛନ୍ତି । ଯାହାଦ୍ୱାରା ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି । ଏବେ ହାତୀପଲ ଝାଲିଆ ବେଡା ଜଙ୍ଗଲରେ ଡେରା ପକାଇଛନ୍ତି । ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଲୋକେ ଭୟଭୀତ ରହିଛନ୍ତି । ହାତୀ ନିୟନ୍ତ୍ରଣରେ ବନବିଭାଗର ବିଫଳତା ବୋଲି ଦାବି କରିଛନ୍ତି ସ୍ଥାନୀୟଲୋକେ ।

Exit mobile version