Site icon ଆଜିକାଲି

ଆଜି ଅପରାହ୍ନରେ ରାଜ୍ୟରେ ମଙ୍କିପକ୍ସ ସ୍ଥିତି ନେଇ ବସିବ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର : ଦେଶର ଏକାଧିକ ରାଜ୍ୟରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବାପରେ ଏବେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ସେଥିପାଇଁ ଆଜି ଅପରାହ୍ନ ୪ଟା ୩୦ ମିନିଟ ସମୟରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ,ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ ଡ଼ିଏମଇଟି ଉପସ୍ଥିତ ରହିବେ।

ବିଭିନ୍ନ ରାଜ୍ୟରୁ ମଙ୍କିପକ୍ସର ସନ୍ଦିଗ୍ଧ ଚିହ୍ନଟ ପରେ ରାଜ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ କରିବ ବ୍ଲୁପ୍ରିଣ୍ଟ। ତେବେ ପୂର୍ବରୁ ମଙ୍କିପକ୍ସକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଗାଇଡ଼ ଲାଇନ ଜାରି କରିସାରିଛି । ତେବେ ସତର୍କତା, ସଚେତନତା ଓ ସଂକ୍ରମଣ ରୋକିବା ନେଇ ବୈଠକରେ ଆଲୋଚନା ହୋଇପାରେ । ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ପରିସ୍ଥିତି ଉପରେ ନଜର ରଖାଯାଇଥିବା ନେଇ କହିଛନ୍ତି । ଏହାସହ ଯେଉଁମାନଙ୍କର ମଙ୍କିପକ୍ସ ଭଳି ଲକ୍ଷଣ ରହିଛି ସେମାନେ ସ୍ୱାସ୍ଥ୍ୟ ବିଭାଗ ସହ ପରାମର୍ଶ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଗାଇଡ଼ଲାଇନ ଆସିବା ପରେ ଏବେ ହସ୍ପିଟାଲ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ନବ ଦାସ ।

Exit mobile version