Site icon ଆଜିକାଲି

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ 

ରାଉରକେଲା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ। ସୁନ୍ଦରଗଡ଼ ଜିଲା ଗ୍ରାମ୍ୟ ପୂର୍ତ୍ତ ବିଭାଗ ରାଉରକେଲା ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ନନ୍ଦି କିଶୋର ନାଥଙ୍କ ଘର ସମେତ ୬ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।

ଏହି ଚଢାଉରେ ୩ ଜଣ ଡିଏସପି, ୯ ଜଣ ଇନସପେକ୍ଟର, ଜଣେ ଏସଆଇ, ୨ ଜଣ ଏଏସଆଇ ସାମିଲ ଅଛନ୍ତି। ଭୁବନେଶ୍ଵର, ବରଗଡ଼, ରାଉରକେଲା ଏବଂ ସମ୍ବଲପୁରର ୬ଟି ସ୍ଥାନରେ ଚଢାଉ ଜାରି ରହିଛି। ନନ୍ଦି କିଶୋରଙ୍କ ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ସାଇକୃପା ଏନକ୍ଲେଭରେ ଥିବା ଫ୍ଲାଟ, ବରଗଡ଼ ଜିଲା ଭିଏସଏସ ନଗର ଗାଁରେ ଥିବା ପୈତୃକ ଘର, ରାଉରକେଲା ପାନପୋଷ ଗ୍ରାମ୍ୟ ପୂର୍ତ୍ତ କଲୋନୀରେ ଥିବା ଆବାସିକ କ୍ୱାର୍ଟର, ତାଙ୍କ ଅଫିସ ଚାମ୍ବର, ଅଇଁଠାପାଲିରେ ଥିବା ଘର ଏବଂ ଶ୍ୱଶୁର ଘରେ ଚଢ଼ାଉ ଚାଲିଛି ।

Exit mobile version