Site icon ଆଜିକାଲି

ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର, ସଂଧ୍ୟା ସୁଦ୍ଧା ନେବ ଅବପାତର ରୂପ

ଭୁବନେଶ୍ବର : ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର। ଆଜି ଭୋର ସାଢେ ୫ଟାରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଅବପାତ ନେଇପାରେ ବାତ୍ୟାର ରୂପ । ୧୨ ତାରିଖ ସକାଳ ଯାଏଁ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୧୨ ତାରିଖରେ ଏହା ଗତିପଥ ପରିବର୍ତ୍ତନ କରି ବାଂଲାଦେଶ ଓ ମିଆଁମାର ଆଡକୁ ଯିବା ନେଇ ପୂର୍ବାନୁମାନ କରାଯାଇଛି । ଏହା ଅତି ଭୀଷଣ ଘୂର୍ଣ୍ଣିଝଡରେ ପରିଣତ ହୋଇପାରେ । ତେବେ, ସମ୍ଭାବ୍ୟ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ବାତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ତେବେ ଓଡ଼ିଶାକୁ ବାତ୍ୟା ବିପଦ ନାହିଁ ବୋଲି କୁହାଯାଇଛି।

ଆଜିଠୁ ଆଣ୍ଡାମାନ ନିକୋବରରେ ବର୍ଷା ଆରମ୍ଭ ହେବ। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ୧୦ ତାରିଖରେ ବର୍ଷା ପବନ ବଢିବ । ଏହାର ପ୍ରଭାବରେ ୧୨ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର, ଆଣ୍ଡାମାନ ସାଗରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

Exit mobile version