Site icon ଆଜିକାଲି

ସର୍ପାଘତରେ ବ୍ୟକ୍ତି ଜଣକ ମୃତ୍ୟୁ



ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲା ପାପଡ଼ା ହାଣ୍ଡି ବ୍ଲକ୍ ଅନ୍ତର୍ଗତ ନୁଆକୋଟ ପଞ୍ଚାୟତ କିଡ଼ିଙ୍ଗିଗୁଡ଼ା ଗ୍ରାମର ରଘୁ ଗୌଡ ନାମକ ବ୍ୟକ୍ତି ନିଜ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡାରେ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ସମ୍ପୂର୍ଣ ନୂଆକୋଟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ପରିବାରରେ ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ମୃତ୍ୟୁ ପରିବାର ପାଇଁ ଆଗାମୀ ଭରଣ ପୋଷଣ ପାଇଁ ଚିନ୍ତାଓ ଅସହାୟତା ଆଡ଼କୁ ଠେଲି ଦେଇଛି। ରୋଗୁ ଗୌଡ଼ (50) ଗତ କାଲି ସୋମବାର ରାତ୍ରୀ 03:00ଟା ସମୟରେ ଘରେ ଶୋଇଥିବା ବେଳେ ତାଙ୍କୁ କୌଣସି ଏକ ବିଷଧର ସର୍ପ କାମୁଡିଥିଲା। ତାଙ୍କୁ ସାପ କାମୁଡି ଥିବା ନେଇ ପରିବାର ଲୋକଙ୍କୁ ଜଣାଇ ଥିଲେ ପରିବାର ଲୋକ ତାଙ୍କୁ ତୁରନ୍ତ 108 ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ୍ରକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରି ଥିଲେ ପୁଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ କରାଇବା ପରେ ଏକ ଅପମୃତ୍ୟୁ ମାମଲା 6/23 ରୁଜୁ କରି ତଦନ୍ତ କରୁ ଥିବା ନେଇ ମୈଦଲପୁର ASI କମଳଚନ ନାୟକ ସୂଚନା ଦେଇଛନ୍ତି ।

Exit mobile version