Site icon ଆଜିକାଲି

ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲାରେ ପୁଣି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ପୁର୍ବତନ ସରପଞ୍ଚଙ୍କୁ ଗଳା କାଟି ହତ୍ୟା।

ବାରସୁର ଥାନା ଅନ୍ତର୍ଗତ ହିତାମେଟ ଗ୍ରାମର ପୁର୍ବତନ ସରପଞ୍ଚ ରାମଧର ଆଲମିଙ୍କୁ ଦୁଇ ଦିନ ତଳେ ମାଓବାଦୀ ମାନେ ଅପହରଣ କରିଥିଲେ । ସୋମବାର ହୁଣ୍ଡାବେଡା ଜଙ୍ଗଲରୁ ତାଙ୍କର ମୃତଦେହ ମିଳିଛି । ମାଓବାଦୀଙ୍କ ପୁର୍ବ ବସ୍ତର ଡିଭିଜନ ଏହି ହିଂସା କାଣ୍ଡ କରିଥିବା ଏକ ପୋଷ୍ଟରରେ ଲେଖା ରହିଛି । ସେପଟେ ମାଓ ହିଂସା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Exit mobile version