Site icon ଆଜିକାଲି

ଡମ୍ଫର ଧକ୍କାରେ ନାବାଳିକା ମୃତ, କ୍ଷତିପୂରଣ ଦାବିରେ ରାସ୍ତା ରୋକ କଲେ ସ୍ଥାନୀୟ ଲୋକେ

ଜଳେଶ୍ୱର : ବାଲେଶ୍ଵର ଜିଲା କମର୍ଦ୍ଦା ଥାନା ଅନ୍ତର୍ଗତ ନହରା ଛକରେ ଦୁର୍ଘଟଣା। ସାଇକେଲରେ ଘରକୁ ଫେରୁଥିବା ବେଳେ ଚଢିଗଲା ଡମ୍ଫର । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରଛନ୍ତି । ନହରା ଗ୍ରାମର ଅନୀତା ସେଠୀ ତାଙ୍କ ସାଙ୍ଗ ମାନଙ୍କ ସହ ସାଇକେଲରେ ଘରକୁ ଫେରୁଥିବା ବେଳେ ଚନ୍ଦନେଶ୍ଵର ପଟୁ ଜଳେଶ୍ଵର ଅଭିମୁଖେ ଆସୁଥିବା ଏକ ଡମ୍ଫର ଅନୀତାଙ୍କୁ ଧକ୍କା ଦେଇ ଚଢି ଯାଇଥିଲା ।

ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।

Exit mobile version