Site icon ଆଜିକାଲି

ଝଗଡ଼ା ନେଲା ନାବାଳିକା ଝିଅର ଜୀବନ, ତଣ୍ଟିଚିପି ମାରିଦେଲା ସଇତାନ ବାପା

ନୂଆପଡ଼ା: ୧୩ବର୍ଷୀୟ ନାବାଳିକା ଝିଅର ତଣ୍ଟିଚିପି ମାରିଦେଲା ସଇତାନ ବାପା । ବାପା ମାଆ କଳି ତୁଟାଇବା ନେଇ ଝିଅ ପଡିଲା ବଳି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାର ଗ୍ରାମରେ ।

ସୂଚନାନୁଯାୟୀ କେନ୍ଦୁବାହାରା ଗାଁର ଗଜାନନ୍ଦ ମାଝୀ (୩୮ବର୍ଷ) ମଦ ପିଇ ଘରକୁ ଯାଇଥିଲେ । ଏହି ସମୟରେ ସ୍ତ୍ରୀ ଗୋପପୁରୀ ମାଝୀ ( ୩୫ ) ଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ବଢି ଯାଇଥିଲା । ଏହି ସମୟରେ ଉତକ୍ଷିପ୍ତ ହୋଇ ଗଜାନନ୍ଦ ୧୩ ବର୍ଷର ନାବାଳିକା ଝିଅର ତଣ୍ଟି ଚିପି ହତ୍ୟା କରିଥିଲା । ଧରମବନ୍ଧା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଗଜାନନ୍ଦଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଥିବା ଆଇଆଇସି ବିନୋଦ ବିହାରୀ ସେଠୀ ସୂଚନା ଦେଇଛନ୍ତି ।

Exit mobile version