Site icon ଆଜିକାଲି

ଦେଶୀ ବନ୍ଧୁକ ସହ ବାଘ ଲୋମ ଓ ବିଭିନ୍ନ ମାରଣାସ୍ତ୍ର ଜବତ, ଜଣେ ଶିକାରୀ ଗିରଫ

ବୌଦ୍ଧ : ଦେଶୀ ବନ୍ଧୁକ ସହ ବାଘ ଲୋମ ଓ ବିଭିନ୍ନ ମାରଣାସ୍କ ଜବତ । ଜଣେ ଶିକାରୀ ଗିରଫ । ଗିରଫ ଅଭିଯୁକ୍ତ ହେଲା ହରଭଙ୍ଗା ଥାନା ବଡ଼ଖଜୁରୀ ଗ୍ରାମର ବିଶ୍ଵାମିତ୍ର ଯାନୀ ।

ସୂଚନା ଯେ, ଗତ କିଛି ଦିନ ହେବ ବୌଦ୍ଧ ଜିଲା ଶିକାରୀ ସକ୍ରିୟ ହେବା ସହିତ ବନ୍ୟ ଜନ୍ତୁ ଶିକାର କରି ଚମଡା ଓ ଦାନ୍ତ ଚାଲାଣ ବ୍ୟାପକ ମାତ୍ରାରେ ହେଉଥିବା ନଜରକୁ ଆସୁଛି । ଏନେଇ ବୌଦ୍ଧ ବନବିଭାଗ ଓ କୁସଙ୍ଗ ବନ୍ୟା ପ୍ରାଣୀ ବିଭାଗ ପକ୍ଷରୁ ଏକ ମିଳିତ ଚଢ଼ାଉ ବନ୍ୟପ୍ରାଣୀ ଅଂଚଳରେ କରାଯାଇଛି । ଆଜି ଉଭୟ ବିଭାଗ ପକ୍ଷରୁ ହରଭଙ୍ଗା ଥାନା ବଡ଼ ଖଜୁରୀରେ ଚଢ଼ାଉ କରାଯାଇ ବିଶ୍ବାମିତ୍ର ଯାନୀଙ୍କ ଘରୁ ଦେଶୀ ବନ୍ଧୁକ ସହ ବାଘ ଲୋମ, କଟୁରି, ଭୁଜାଲି, ୨ଟି ଟାଙ୍ଗିଆ ଆଦି ଜବତ କରିବା ସହ ବିଶ୍ଵାମିତ୍ରଙ୍କୁ ଗିରଫ କରିଛି ବନବିଭାଗ । ତେବେ ଅଧିକ ତଦନ୍ତ ଚାଲୁଥିବା ବିଭାଗ ପକ୍ଷରୁ କୁହାଯାଇଛି ।

Exit mobile version