Site icon ଆଜିକାଲି

ହୃଦୟ ବିଦାରକ ଦୃଶ୍ୟ, ଶ୍ମଶାନରେ ନବଜାତକକୁ ଝୁଣି ଖାଇଲେ କୁକୁର

ଭଦ୍ରକ : ଭଦ୍ରକ ସହରର ଗାନ୍ଧି ପଡ଼ିଆ ନିକଟ ଶ୍ମଶାନରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ମଶାନରେ ନବଜାତ ଶିଶୁକୁ ଝୁଣି ଖାଇଲା କୁକୁର। ତେବେ ନବଜାତଟି ଜୀବିତ ଥିଲା କି ମୃତ ତାହା ଜଣାପଡ଼ି ନାହିଁ।

ସୂଚନାନୁଯାୟୀ, ଭଦ୍ରକ ସହର ଗାନ୍ଧି ପଡ଼ିଆ ନିକଟ ଶ୍ମଶାନରେ କିଛି କୁକୁର ପଲ ଏକ ନବଜାତକୁ ଖାଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ତେବେ ଶିଶୁଟି ଜୀବିତ କି ମୃତ ଥିଲା ତାହା ଜଣାପଡ଼ି ନାହିଁ। ନିକଟରେ ଏକ ଘରୋଇ ନର୍ସିଂହୋମ୍ ଥିବାରୁ କେହି ନବଜାତକୁ ଏଠାରେ ଫିଙ୍ଗିଥିବା ଅନୁମାନ କରାଯାଉଛି। ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

FacebookTwitterLinkedinWhatsapp
Exit mobile version