Site icon ଆଜିକାଲି

ଶ୍ରଦ୍ଧାଞ୍ଜଳୀ ନାଁରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି

ଭୁବନେଶ୍ୱର : ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲା। ସହଯୋଗୀ ଶ୍ରଦ୍ଧାଞ୍ଜଳୀଙ୍କ ନାଁରେ ଜାରି ହେଲା ଜାମିନ୍‌ ବିହୀନ ପରୱାନା। ସ୍ୱତନ୍ତ୍ର ସିବିଆଇ କୋର୍ଟ ଶ୍ରଦ୍ଧାଞ୍ଜଳୀ ଜାରି କଲେ ଜାମିନ ବିହୀନ ୱାରେଣ୍ଟ। ୧୨ ଥର ସମୟ ନେଇ ମଧ୍ୟ କୋର୍ଟରେ ହଜାର ହେଲେନି। ଶ୍ରଦ୍ଧାଞ୍ଜଳୀ ଫଳରେ ଏପରି କାର୍ଯ୍ୟାନୁଷ୍ଠାନ ନେଲେ କୋର୍ଟ।

ସୂଚନାଥାଉକି, ଏହା ପୂର୍ବରୁ ଅର୍ଚ୍ଚନା ନାଗର ଜାମିନ ଆବେଦନକୁ ଇଡି ବିରୋଧ କରିଥିଲା। ଅବଜେକସନ ଫାଇଲ କରିବା ଲାଗି ଇଡି ପକ୍ଷରୁ ସମୟ ଲୋଡ଼ା ଯାଇଥିଲା। ଯାହାକୁ ହାଇକୋର୍ଟ ମଞ୍ଜୁରୀ ଦେଇଥିଲେ। ଏକାଧିକ ମାମଲାରେ ଛନ୍ଦି ହୋଇଥିବା ଅର୍ଚ୍ଚନା ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅନ୍ୟପଟେ ନୟାପଲ୍ଲୀ ଥାନା ମାମଲା ଉପରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ତେବେ ଚଳିତ ବର୍ଷ ଏପ୍ରିଲ୍‌ ୧୭ ସୋମବାରରେ ଇଡି ମାମଲାର ଶୁଣାଣି ଥିଲା। କିନ୍ତୁ ଜବାବ ଦାଖଲ କରିବାକୁ ଇଡି ପକ୍ଷରୁ ସମୟ ଲୋଡ଼ାଯାଇଛି। ଆସନ୍ତା ଜୁନ୍ ମାସ ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।

Exit mobile version