Site icon ଆଜିକାଲି

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଗିରଫ

ବାଲେଶ୍ଵର : ପାକିସ୍ତାନକୁ ଗୁପ୍ତ ପ୍ରତିରକ୍ଷା ତଥ୍ୟ ଯୋଗାଇବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଆଇଟିଆର ସମ୍ବେଦନଶୀଳ ତଥ୍ୟ ଲିକ୍ ଅଭିଯୋଗରେ ଏହି ଗିରଫଦାରୀ ହୋଇଛି । ଏ ନେଇ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଏସପି ସାଗରିକା ନାଥ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଯାହାକୁ ଗିରଫ କରାଯାଇଛି ତା’ପାଖରେ ତଥ୍ୟ ରହିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ମୋବାଇଲ୍ ମାଧ୍ୟମରେ ତଥ୍ୟ ଲିକ୍ କରାଯାଇଛି । ଆଗକୁ ପଚରାଉଚରା ଚାଲିବ, ଆଗକୁ ତଥ୍ୟ ଆଧାରରେ କାର୍ଯାନୁଷ୍ଠାନ ନିଆଯିବ । ଗିରଫ ବ୍ୟକ୍ତି ସଂସ୍ଥାର ଜଣେ ବରିଷ୍ଠ ଟେକ୍ନିକାଲ ଅଫିସର। ଅଶ୍ଳୀଳ ଭିଡିଓ ଦେଇ ତଥ୍ୟ ହାସଲ କରିଥିଲେ ପାକିସ୍ତାନୀ ଏଜେଣ୍ଟ । ଘଟଣାରେ ଆଉ କେତେକଙ୍କ ସଂପୃକ୍ତି ଥିବା ସନ୍ଦେହ କରି ପୋଲିସ ତଦନ୍ତ ଚଳାଇଛି।

Exit mobile version