Site icon ଆଜିକାଲି

୩ଟି ଗୋରୁ ବୋଝେଇ କଣ୍ଟେନର ସହ ଗୋଟିଏ ପିକଅପ ଜବତ, ୭ ଅଟକ

ଜଳେଶ୍ଵର : ପୁଣି ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ସମୟରେ ୩ଟି ଗୋରୁ ବୋଝେଇ କଣ୍ଟେନର ସହ ଗୋଟିଏ ପିକ ଅପ ଜବତ କଲା ଜଳେଶ୍ଵର ପୋଲିସ । ୭ ଜଣଙ୍କୁ ଅଟକ ରଖିଛି ଜଳେଶ୍ବର ପୋଲିସ । ୬୦ ନଂ. ଜାତୀୟ ରାଜପଥ ରାଜଘାଟ ନାକା ଟିକଟରେ ଜଳେଶ୍ଵର ପୋଲିସର ଯାଞ୍ଚ ବେଳେ ଧରା ପଡ଼ିଥିବା ସୂଚନା । ପ୍ରାୟ ୨୫୦ ରୁ ଉର୍ଦ୍ଧ ଗୋରୁକୁ ଉଦ୍ଧାର କରିଛି ପୋଲିସ । ଅନ୍ୟପକ୍ଷରେ ଯାଞ୍ଚ ବେଳେ ପୋଲିସ ଠାରୁ ବଞ୍ଚିବା ପାଇ ରାଜଘାଟ ପୋଲରୁ ଡେଇଁ ଜଣଙ୍କର ମୃତ୍ୟ ହୋଇଥିବା ସୂଚନା । ଏହାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।

Exit mobile version