Site icon ଆଜିକାଲି

ରାଜଧାନୀରେ ଅଭାବନୀୟ ଘଟଣା, ସ୍ତ୍ରୀ ଓଢ଼ଣୀରେ ଝୁଲିପଡ଼ିଲେ ସ୍ଵାମୀ

ବାରଙ୍ଗ : ରାଜଧାନୀରେ ଅଭାବନୀୟ ଘଟଣା। ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀ ଓଢ଼ଣୀରେ ଝୁଲିପଡ଼ିଲେ ସ୍ଵାମୀ । ମୃତ ସ୍ବାମୀଙ୍କ ନାମ ପ୍ରକାଶ ସାମଲ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନା ରଶ୍ମି ସାମଲ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ମଞ୍ଚେଶ୍ୱର୍ ଥାନା ଭାଗବତ ସନ୍ଧାନ କଲୋନୀରେ ସ୍ଵାମୀ-ସ୍ତ୍ରୀ ଝଗଡ଼ା ନେଇଛି କରୁଣ ପରିଣତି । ସ୍ତ୍ରୀ ଉପସ୍ଥିତିରେ ସ୍ଵାମୀ ଆତ୍ମହତ୍ୟା କରିଛନ୍ତି । ପ୍ରକାଶ ଓ ସ୍ତ୍ରୀ ରଶ୍ମି ବୁଧବାର ଯାଜପୁର ସ୍ଥିତ ମଙ୍ଗଳପୁର ଗାଁରୁ ଫେରିବା ପରେ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା। ଶେଷରେ ପ୍ରକାଶ ନିଜ ସ୍ତ୍ରୀକୁ ଘରୁ ବାହାର କରି ଭିତର ପଟୁ କବାଟ ଦେଇଥିଲେ। ପରେ ସ୍ତ୍ରୀଙ୍କ ଓଢ଼ଣୀ ସାହାଯ୍ୟରେ ଘରେ ଥିବା ଫ୍ୟାନରେ ଝୁଲି ପଡ଼ିଥିଲେ। ସେପଟେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଘଟଣା ସ୍ଥଳରେ ମଞ୍ଚେଶ୍ୱର୍ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

Exit mobile version