Site icon ଆଜିକାଲି

ଅଜାଙ୍କ ଦଶାହରେ ଅଭାବନୀୟ ଘଟଣା, ଗାଧୋଉଥିବା ବେଳେ ଗାଡ଼ିଆରେ ବୁଡି ଦୁଇ ନାତିଙ୍କ ମୃତ୍ୟୁ

ସୋର : ଅଜାଙ୍କ ଦଶାହରେ ଚାଲିଗଲେ ଦୁଇ ନାତି । ଲଣ୍ଡା ହୋଇ ଏକ ଗାଡ଼ିଆରେ ଗାଧୋଉଥିବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି ଦୁଇ ନାତି । ସୋର ୱାଦା ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଶୋକର ବାତାବରଣ ସୃଷ୍ଟି କରିଛି । ୱାଦା ଅଞ୍ଚଳର ସ୍ବର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କ ଦଶାହ କର୍ମରେ ଯୋଗ ଦେବା ପାଇଁ ୱାଦା ଗ୍ରାମର ପୀତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ ଓ ବିଦୁ ଅଞ୍ଚଳର ଚନ୍ଦନ କର ପଥରକଟା ଘାଟତୁଠ ନିକଟରେ ଥିବା ଏକ ଗାଡ଼ିଆରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇଥିଲେ।

ଦୀର୍ଘ ସମୟ ପରେ ହିଁ ସେମାନେ ବୁଡିଯାଇଛନ୍ତି ବୋଲି ସମ୍ପର୍କୀୟମାନେ ଜାଣିପାରିଥିଲେ । ଚନ୍ଦନଙ୍କୁ ଉଦ୍ଧାର କରାଯାଇ ବାଗୁଡ଼ି ଡାକ୍ତରଖାନା ଓ ସୁଶାନ୍ତଙ୍କୁ ସୋର ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Exit mobile version