Site icon ଆଜିକାଲି

ରାଜ୍ୟରେ ଅକ୍ଟୋବର ମାସର ପ୍ରଥମ ୧୦ ଦିନରେ ୭୯.୪ ମିମି ବର୍ଷା ରେକର୍ଡ

ଭୁବନେଶ୍ବର : ରାଜ୍ୟରେ ଅକ୍ଟୋବର ମାସର ପ୍ରଥମ ୧୦ ଦିନରେ ଘୂର୍ଣ୍ଣିବଳୟ ଓ ସକ୍ରିୟ ମୌସୁମୀ ପ୍ରଭାବରେ ଭଲ ବର୍ଷା ହୋଇଯାଇଛି। ଏହାରି ମଧ୍ୟରେ ୭୯.୪ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷା ତୁଳନାରେ ୬୫% ଅଧିକ। ୧୬ଟି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ୩ଟି ଜିଲାରେ ନିଅଣ୍ଟିଆ ବର୍ଷା ‌ହୋଇଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ୧ରୁ ୧୦ ଅକ୍ଟୋବର ଯାଏ ରାଜ୍ୟର ୧୬ଟି ଜିଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଯାଇଛି। ‌ସେହି ଜିଲାଗୁଡ଼ିକ ହେଲା ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବୌଦ୍ଧ, ନୟାଗଡ଼, ଖୋର୍ଧା, ପୁରୀ, କଟକ, ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ। ଏହି ସବୁ ଜିଲ୍ଲାରେ ସ୍ବାଭାବିକ ବର୍ଷାଠାରୁ ୬୦%ରୁ ଅଧିକ ବର୍ଷା ହୋଇଯାଇଛି। ଅନ୍ୟପଟେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ଢେଙ୍କାନାଳ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ବାଭାବିକଠାରୁ ୨୦%ରୁ ଅଧିକ ବର୍ଷା ହୋଇଛି। ସେହିଭଳି କଳାହାଣ୍ଡି, ବଲାଙ୍ଗୀର, ସୋନପୁର, କେନ୍ଦୁଝର ଓ ଝାରସୁଗୁଡ଼ା ଆଦି ୫ ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ସେହିଭଳି ନୂଆପଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲାରେ ୨୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି।

Exit mobile version