Site icon ଆଜିକାଲି

ଆମ୍ବୁଲାନ୍ସ ନ ମିଳିବାରୁ ସ୍ତ୍ରୀଙ୍କୁ ଠେଲା ଗାଡ଼ିରେ ନେଲେ ସ୍ୱାମୀ, ଡାକ୍ତରଖାନାରେ ମୃତ୍ୟୁ

ଯାଜପୁର : ମିଳିଲାନି ଆମ୍ବୁଲାନ୍ସ । ଆମ୍ବୁଲାନ୍ସକୁ ଫୋନ୍‌ କରି କରି ନିରାଶ। ଫଳରେ ଆମ୍ବୁଲାନ୍ସ ନ ମିଳିବାରୁ ଠେଲା ଗାଡ଼ିରେ ଗୁରୁତର ମହିଳାଙ୍କୁ ଡାକ୍ତରଖାନା ନେଲେ ସ୍ୱାମୀ। ନିଜ ସୋଲ ମଟର ବିକା ଠେଲା ଗାଡ଼ିରେ ସ୍ତ୍ରୀକୁ ଧର୍ମଶାଳା ମେଡିକାଲକୁ ନେଲେ ଅରଣ୍ୟ ଗୁଇଁ I କିନ୍ତୁ ସ୍ତ୍ରୀଙ୍କୁ ବଞ୍ଚାଇ ପାରିଲେନି ।

ସୂଚନା ଯେ, ବୁଧବାର ସକାଳେ ଯାଜପୁର ଜିଲା ଅନ୍ତର୍ଗତ କୁମାରୀ ପଞ୍ଚାୟତର ଅରଣ୍ୟ ଗୁଇଁଙ୍କ ସ୍ତ୍ରୀ ଗେଡି ଗୁଇଁ ଶୌଚ ପାଇଁ ୧୬ ନମ୍ବର ଜାତୀୟ ରାଜପଥ ପାର ହେଉଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଖବର ପାଇ ଅରଣ୍ୟ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ବହୁ ସମୟ ଅପେକ୍ଷା ପରେ ଆମ୍ବୁଲାନ୍ସ ନ ଆସିବାରୁ ନିଜେ ସୋଲା ମଟର ବିକୁଥିବା ଠେଲା ଗାଡ଼ିରେ ନିଜ ସ୍ତ୍ରୀକୁ ଶୁଆଇ ଠେଲି ଠେଲି ଧର୍ମଶାଳା ମେଡିକାଲ ନେଇ ଆସିଥିଲେ । ଡାକ୍ତରଖାନା ରେ ପହଞ୍ଚିଲା ପରେ ଡାକ୍ତର ମୃତ ଘୋଷଣା କରିଥିଲେ ।

Exit mobile version