Site icon ଆଜିକାଲି

ଗଞ୍ଜେଇ ଯାଞ୍ଚ ବେଳେ ଗାଡିରୁ ମିଳିଳା ରୂପା ଇଟା


କଟକ : ଗଞ୍ଜେଇ ଯାଞ୍ଚ ବେଳେ ଗାଡିରୁ ମିଳିଲା ରୂପା ଇଟା । କଟକ ଟାଙ୍ଗୀ ନିକଟରୁ ଯାଞ୍ଚ ବେଳେ ୧ କ୍ୱିଣ୍ଟାଲ ରୂପା ଇଟା ଓ ୧୪ ଲକ୍ଷ ଟଙ୍କା ଜବତ ହୋଇଛି । ଗଞ୍ଜେଇ ଚାଲାଣ ସନ୍ଦେହ କରି ଗାଡିକୁ ଯାଞ୍ଚ କରୁଥିବା ବେଳେ ରୂପା ଇଟା ସହ ବିଭିନ୍ନ ଚାନ୍ଦି ଅଳଙ୍କାର ମଧ୍ୟ ଜବତ କରିଛି ଅବକାରୀ ସ୍କ୍ୱାଡ୍ । କାରଟି ଆସିକାରୁ ଖଡଗପୁର ଅଭିମୁଖେ ଯାଉଥିବା ବେଳେ ଅବକାରୀ ସ୍କ୍ୱାଡ୍ ଅଟକାଇ ଯାଞ୍ଚ କରିଥିଲା ପଶ୍ଚିମବଙ୍ଗ ନମ୍ବର ଥିବା ଏହି କାରରେ ଚାଲାଣ ହେଉଥିଲା ରୂପା ଇଟା । କାରରେ ସିକ୍ରେଟ ଚାମ୍ବର କରି ଚାଲାଣ ହେଉଥିଲା ରୂପା ଇଟା । କାର ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ପଚରାଉଚରା ଚାଲିଛି । ଘଟଣାସ୍ଥଳରେ ଜିଏସଟି ଅଧିକାରୀ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି ।

Exit mobile version