Site icon ଆଜିକାଲି

ପରିତ୍ୟକ୍ତ ଖାଲରୁ ନର କଙ୍କାଳ ଠାବ

ଜଳେଶ୍ବର : ବାଲେଶ୍ଵର ଜିଲା ୬୦ନଂ ଜାତୀୟ ରାଜପଥ ବସ୍ତା ଥାନା ବରୁଣଗଡିଆ ପଞ୍ଚାୟତ ଚୋରପଦା ନିକଟ ଏକ ପରିତ୍ୟକ୍ତ ଖାଲରୁ ନର କଙ୍କାଳ ଠାବ । ଚୋରପଦା ବାଘାବଜାର ନିକଟରେ ପୋଲ ତଳେ ଥିବା ଏକ ପରିତ୍ୟକ୍ତ ଖାଲକୁ ସ୍ଥାନୀୟ କିଛି ଯୁବକ ମେସିନ ପକାଇ ପାଣି ବାହାର କରି ମାଛ ଧରୁଥିଲେ । ଯୁବକମାନେ ମାଛ ଧରୁଥିବା ସମୟରେ ମଣିଷର ଏକ ଖପୁରୀ, ଓ କିଛି ଖଣ୍ଡ ହାଡ଼ ପାଇଥିଲେ । ସେଠାରୁ ପଚି ନଷ୍ଟ ହୋଇଥିବା ଏକ ଶାଢି ମଧ୍ୟ ମିଳିଛି ।

ତେବେ କେହି ଦୁର୍ବୃତ୍ତ ଜଣେ ମହିଳାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନର କଙ୍କାଳ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

Exit mobile version