Site icon ଆଜିକାଲି

ଆଜି ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ । ଏଥିସହ ଓଡ଼ିଆ ନବବର୍ଷ । ଏଥିପାଇଁ ଶ୍ରୀମନ୍ଦିରରେ ପାଳନ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ଆଜି ଶ୍ରୀମନ୍ଦିରରେ ସକାଳଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନସିଂହାସନକୁ ଅଣାଯାଇ ପୂଜପଣ୍ଡା ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ପ୍ରଦାନ କରାଯିବ । ପରେ ବିମାନରେ ଶ୍ରୀ ହନୁମାନ ଶ୍ରୀମନ୍ଦିରର ପୂର୍ଵ ଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ନିଆଯାଇ ପୂଜାର୍ଚ୍ଚନା କରାଯିବା ପରେ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ ମହାବୀରଙ୍କ ନିକଟକୁ ନିଆଯିବ । ଆଜିଠାରୁ ମଧ୍ୟ ନୂତନ ପଞ୍ଜିକା ପ୍ରଚଳନ ଆରମ୍ଭ ହୋଇଥାଏ ।

ଅନ୍ୟପକ୍ଷରେ ମହାବିଷୁବ ସଂକ୍ରାନ୍ତି ଅବସରରେ ଝାମୁଯାତ୍ରା, ଦଣ୍ଡଯାତ୍ରା ଓ ମେରୁଯାତ୍ରା ବି ସମ୍ପନ୍ନ ହେଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦଣ୍ଡପାଟୁଆ ମାନେ ଭକ୍ତିର ନିଦର୍ଶନ ସ୍ବରୂପ କେଉଁଠି ରଡ଼ନିଆଁରେ ଚାଲିବେ ତ ଆଉ କେଉଁଠି ଅଗ୍ନିକୁଣ୍ଡରେ ଝୁଲିବେ।

Exit mobile version