କେନ୍ଦୁଝର, କେନ୍ଦୁଝର ଜିଲାରେ ଦିନ ୧୦ଟା ବାଜିଲେ ପ୍ରବଳ ଖରା ଅନୁଭୂତ ହେଉଛି। ଖରାରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ପହଞ୍ଚିଛି। ଏଭଳିସ୍ଥିତିରେ ସ୍କୁଲ, କଲେଜ ଚାଲୁ ରଖିବାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷେ ଖରା ଯୋଗୁ ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାୟତ କେନ୍ଦେଇ ପଶି ନୋଡାଲ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ପ୍ରାର୍ଥନା କ୍ଲାସରେ ଅସୁସ୍ଥ ହୋଇପଡିଛନ୍ତି। ଛାତ୍ର ଜଣକ ହେଉଛନ୍ତି ଆକାଶ ନାଏକ। ତାଙ୍କୁ ଶିକ୍ଷୟିତ୍ରୀମାନେ ଗ୍ଲୁକୋଜ ପାଣି ଦେବାପରେ ଛାତ୍ର ଜଣକ ସୁସ୍ଥ ହୋଇ କ୍ଳାସ କରୁଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ଛାତ୍ର ଆକାଶଙ୍କ ଅବସ୍ଥା ସ୍ଥିର ଥିବା ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ମୁଣ୍ଡା ସୂଚନା ଦେଇଛନ୍ତି।