Site icon ଆଜିକାଲି

ଅଧରାତିରେ ମଞ୍ଚେଶ୍ୱର ସରକାରୀ ଔଷଧ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର : ମଞ୍ଚେଶ୍ୱରରେ ସରକାରୀ ଔଷଧ ଗୋଦାମରେ ଗତକାଲି ଅଗ୍ନିକାଣ୍ଡ ଘଟିଛି । ଏଥିରେ ସଂପୂର୍ଣ୍ଣ ଜଳିଯାଇଛି ରାଜ୍ୟ ଔଷଧ ନିଗମର ଗୋଦାମ । ଗୋଦାମରେ କୋଭିଡ ସାମଗ୍ରୀ ସହ ସାନିଟାଇଜର ଥିବାରୁ ନିଆଁର ପ୍ରଭାବ ଅଧିକ ରହିଥିଲା । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀକୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା ।

କାନ୍ଥ ଭାଙ୍ଗି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଔଷଧ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଏ ଯାଏଁ ଜଣାପଡ଼ିନାହିଁ। ରାତିଅଧରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । କାରଣ ନିକଟରେ ଥିବା ଚାଉଳ ଗୋଦାମ ଓ ଅନ୍ୟାନ୍ୟ କାରଖାନାକୁ ନିଆଁ ବ୍ୟାପିବା ଭୟରେ ଲୋକମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ଆକଳନ ହୋଇନଥିଲେ ବି କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି।

Exit mobile version