Site icon ଆଜିକାଲି

ଟ୍ରଲରକୁ ଧକ୍କା ଦେଲା ଅଙ୍ଗୁର ବୋଝେଇ ଟ୍ରକ୍; ଜଣେ ମୃତ, ୨ ଗୁରୁତର

କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଭୟ ଗାଡ଼ି କଲିକତା ଅଭିମୁଖେ ଯାଉଥିବାବେଳେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି । ଏକ ୧୦୦ ଚକିଆ ଟ୍ରଲର ରାସ୍ତା ପାର୍ଶ୍ୱରେ ଗାଡ଼ି ଛିଡ଼ା କରି ପଛ ଇଣ୍ଡିକେଟର ଲାଇଟ୍ ସଜାଡ଼ିବା ସମୟରେ ପଛରୁ ଏକ ୧୨ ଚକିଆ ଅଙ୍ଗୁର ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଟ୍ରଲର ଇଣ୍ଡିକେଟର ଲାଇଟ ସଜାଡ଼ୁଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକ ହେଉଛନ୍ତି ଗୌତମ ଯାଦବ । ଅନ୍ୟପକ୍ଷରେ ଅଙ୍ଗୁର ବୋଝେଇ ଟ୍ରକଟି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଅଙ୍ଗୁର ଟ୍ରକ୍ ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ଖବରପାଇ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Exit mobile version