Site icon ଆଜିକାଲି

ଯୁବକଙ୍କ ଉପରେ ମାଡ଼ିଗଲା ଚାଉଳ ଵୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାପା ଉତ୍ତେଜନା


ବଲାଙ୍ଗୀର: ଯୁବକଙ୍କ ଉପରେ ମାଡ଼ିଗଲା ଚାଉଳ ଵୋଝେଇ ଟ୍ରକ୍‌ । ଏଭଳି ସଡ଼କ ଦୁର୍ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ପତ୍ରାପାଲି(କ) ଗାଁରେ । ମୃତ ଯୁବକ ଜଣଙ୍କ ହେଲେ ମାଧବ ମାଝୀ l

ଆଜି ମାଧବ ଗାଧୋଇବା ପାଇଁ ଗାଁ ପାଖ ପୋଖରୀକୁ ଯାଉଥିଲେ । ଏହି ସମୟରେ ପତ୍ରାପାଲି(କ) ଗାଁ ରାସ୍ତାରେ ଏକ ଟ୍ରକ୍‌ ଦ୍ରୁତଗତିରେ ଆସି ମାଧବଙ୍କ ଉପରେ ମାଡ଼ିଯାଇଥିଲା । ଘଟଣାସ୍ଥଳରେ ମାଧବଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ମୁରିବାହାଲ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକ ଡ୍ରାଇଭରକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Exit mobile version